ପାଞ୍ଚୋଟି ରୋଟୀ ଏବଂ ଦୁଇଟି ମାଛର ଇତିହାସରେ, ପରମେଶ୍ୱର କହିଲେ ଯେ ଚମତ୍କାରୀ ରୋଟୀ ଯାହା ୫,୦୦୦ ହଜାର ଲୋକଙ୍କୁ ଭୋଜନ କରାଇଲା ତାହା ହେଉଛି କ୍ଷୟୀ ଭକ୍ଷ୍ୟ ଭୋଜନ ।
ଏଥିସହ, ସେ କହିଲେ ଯେ ମରୁଭୂମିରେ ୪୦ ବର୍ଷର ଯାତ୍ରା ସମୟରେ ଦିଆଯାଇଥିବା ଚମତ୍କାରୀ ମାନ୍ନା ହେଉଛି ଏପରି ଭୋଜନ ଯାହା ଖାଇବା ପରେ ମଧ୍ୟ ସେମାନେ ମରନ୍ତି ।
କିନ୍ତୁ, ନିସ୍ତାରପର୍ବର ରୋଟୀର ବାସ୍ତବତା ହେଉଛନ୍ତି ଯୀଶୁ, ସେଥିପାଇଁ ସେ କହିଲେ ଯେ ଏହା ହେଉଛି ସେହି ଭୋଜନ ଯାହା ଅନନ୍ତ ଜୀବନ ପ୍ରଦାନ କରେ ।
ଚମତ୍କାର ଦୁନିଆରେ, ମାନବ ଦକ୍ଷତା ସହିତ କିଛି କରାଯାଇପାରିବ ନାହିଁ ।
ମରୁଭୂମିରେ, ଦଶ ଜଣ ଗୁପ୍ତଚର କିଣାନକୁ ଅନୁସନ୍ଧାନ କରି କେବଳ ସେମାନେ କ’ଣ କରିପାରିବେ ସେ ବିଷୟରେ ଚିନ୍ତା କଲେ ।
କିନ୍ତୁ, ଯିହୋଶୂୟ ଏବଂ କାଲେବ ଚିନ୍ତା କଲେ ଯେ ପରମେଶ୍ୱର କ’ଣ କରିପାରିବେ?
ଯିହୋଶୂୟ ଏବଂ କାଲେବଙ୍କ ପରି, ଚର୍ଚ୍ଚ ଅଫ୍ ଗଡ୍ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରେ ଏବଂ ନୂତନ ନିୟମର ସୁସମାଚାର ସାରା ବିଶ୍ୱରେ ପ୍ରଚାର କରେ ।
ମୁଁ ସେହି ଜୀବନଦାୟକ ଆହାର;
ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ ।
କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ଵର୍ଗରୁ ଅବତରଣ କରିବା ଆହାର ଏହି ଅଟେ ।
ମୁଁ ସ୍ଵର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ;
[ଯୋହନ ୬:୪୮-୫୧]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି