ଯେତେବେଳେ ଇସ୍ରାଏଲୀୟମାନେ ମିସରରେ ଦାସତ୍ୱରୁ ମୁକ୍ତ ହେଲେ, ଯେତେବେଳେ ସେମାନେ ପ୍ରତିଜ୍ଞାର ଭୂମି କିଣାନରେ ପ୍ରବେଶ କଲେ, ଯେତେବେଳେ ମୂର୍ତ୍ତିପୂଜା କରୁଥିବା ରାଜା ଯୋଶୀୟ ଓ ରାଜା ହିଜକୀୟ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ, ଏବଂ ଏପରିକି ଯେତେବେଳେ ଇସ୍ରାଏଲୀୟମାନଙ୍କୁ ବନ୍ଦୀତ୍ବରୁ ମୁକ୍ତ କରାଗଲା, ସେତେବେଳେ ମଧ୍ୟ ନିସ୍ତାରପର୍ବ କେନ୍ଦ୍ରରେ ଥିଲା । ଠିକ୍ ସେହିପରି ଯେପରି ସେହି ସମୟରେ ଘଟିଥିଲା, ଆଜି ମଧ୍ୟ ପରମେଶ୍ୱରଙ୍କ ପରିତ୍ରାଣର କାର୍ଯ୍ୟ ନିସ୍ତାରପର୍ବ ମାଧ୍ୟମରେ ପ୍ରଚାରିତ ହେଉଅଛି ।
ଦୁଇ ହଜାର ବର୍ଷ ପୂର୍ବେ, ନୂତନ ନିୟମର ନିସ୍ତାରପର୍ବ, ଯାହାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ପାଳନ କରିବାକୁ ଇଚ୍ଛୁକ ଥିଲେ, ଧର୍ମ ଏବଂ ରାଜନୀତି ମଧ୍ୟରେ ବନ୍ଧନ କାରଣରୁ ୩୨୫ ଖ୍ରୀଷ୍ଟରେ ନଷ୍ଟ କରିଦିଆଗଲା ଏବଂ ଅନ୍ଧକାରରେ ଲୁପ୍ତ ହୋଇଗଲା; କିନ୍ତୁ, ଯେପରି ଭବିଷ୍ୟବାଣୀ କରାଯାଇଥିଲା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଆସିଲେ ଏବଂ ନିସ୍ତାରପର୍ବ ମାଧ୍ୟମରେ ପରିତ୍ରାଣର କାର୍ଯ୍ୟର ଆରମ୍ଭ କରିଥିଲେ ।
ଆଉ, ସେ ସେମାନଙ୍କୁ କହିଲେ, ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି ।
ଲୂକ ୨୨:୧୫
ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି ।”
ମାଥିଉ ୨୬:୧୭-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି