ପରମେଶ୍ୱର ମାନବଜାତିକୁ ସ୍ୱର୍ଗର ମାର୍ଗ ଏବଂ ପାପ କ୍ଷମାର ମାର୍ଗ ଦେଖାଇବା ନିମନ୍ତେ ଏହି ପୃଥିବୀକୁ ଆସିଲେ ।
କିନ୍ତୁ, ଅଧିକାଂଶ ଲୋକ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ ଯିଏକି ଶରୀରରେ ଆସିଥିଲେ, ବରଂ ତାହାଙ୍କୁ ବିଧର୍ମୀ କହୁଥାଇ ତାଡ଼ନା ଦେଇଥିଲେ, "ଜଣେ ମନୁଷ୍ୟ କିପରି ନିଜକୁ ପରମେଶ୍ୱର ବୋଲି ଦାବି କରିପାରିବ?" ଏବଂ ଶେଷରେ ତାହାଙ୍କୁ କ୍ରୁଶରେ ଚଢ଼ାଇଦେଲେ ।
ସେହିପରି, ଆଜି, ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ଯିଏ ମାନବଜାତିର ପରିତ୍ରାଣ ନିମନ୍ତେ ପୁନର୍ବାର ଆସିଲେ ।
ସେହିମାନଙ୍କ ପରି ନ ହେବା ପାଇଁ, ଯେଉଁମାନେ ୨,୦୦୦ ବର୍ଷ ପୂର୍ବେ ଯୀଶୁଙ୍କୁ କ୍ରୁଶରେ ମାରିଥିଲେ ଏବଂ ପରିତ୍ରାଣ ଠାରୁ ଦୂରେଇ ଯାଇଥିଲେ, ଆମ୍ଭମାନଙ୍କୁ ସିୟୋନରେ ନୂତନ ନିୟମର ପର୍ବ ପାଳନ କରିବା ଉଚିତ୍, ଯାହା ପରମେଶ୍ୱରଙ୍କ ଗୃହ ଅଟେ, ଯିଏକି ଅନ୍ତିମ ଦିନରେ ଆସିବାର ପ୍ରତିଜ୍ଞା କରିଥିଲେ, ଏବଂ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଙ୍କୁ ଗ୍ରହଣ କରିବା ଉଚିତ୍ ଯିଏକି ଏହି ପୃଥିବୀକୁ ଶରୀରରେ ଆସିଅଛନ୍ତି ।
“ମୁଁ ଓ ପିତା ଏକ । ଯିହୁଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ ।... ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ଵରନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ଵର ବୋଲାଉଥିବାରୁ ।”
ଯୋହନ ୧୦:୩୦-୩୩
ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ଵିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।
ଏବ୍ରୀ ୯:୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି