ଯେପରି ରାଜା ଯୋଶୀୟ ଏବଂ ରାଜା ହିଜକୀୟ ନିସ୍ତାରପର୍ବ ପାଳନ କଲେ ସେତେବେଳେ ସମସ୍ତ ପ୍ରତିମାଗୁଡ଼ିକୁ ନଷ୍ଟ କଲେ ଏବଂ ଆପଣା ସମସ୍ତ ହୃଦୟ, ପ୍ରାଣ ଏବଂ ଆତ୍ମା ସହିତ ପରମେଶ୍ୱରଙ୍କର ସେବା କଲେ, ସେହିପରି, ଆଜି ମଧ୍ୟ, ଯେତେବେଳେ ଆମ୍ଭେମାନେ ନୂତନ ନିୟମର ନିସ୍ତାରପର୍ବ ପାଳନ କରୁ ସେତେବେଳେ ଆମ୍ଭେମାନେ ପ୍ରଥମ ଆଜ୍ଞା “ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ” କୁ ପାଳନ କରିପାରିବା ।
ଯେତେବେଳେ ଆମେ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଦେବତାଗଣଙ୍କ ସେବା କରିଥାଉ, ସେତେବେଳେ ଆମେ, ମାନବଜାତି, କଦାପି ପରିତ୍ରାଣ ପାଇପାରିବା ନାହିଁ କିମ୍ବା ଆଶୀର୍ବାଦ ପ୍ରାପ୍ତ ହୋଇପାରିବା ନାହିଁ । ଏହି କାରଣରୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ନୂତନ ନିୟମର ନିସ୍ତାରପର୍ବକୁ ପୁନଃସ୍ଥାପନ କରିଛନ୍ତି ଯାହା ମାଧ୍ୟମରେ ଆମେ କେବଳ ପରମେଶ୍ୱରଙ୍କ ସେବା କରିପାରିବା, ଏବଂ ଏହା ପାଳନ କରିବାକୁ ଆମ୍ଭମାନଙ୍କୁ କହିଲେ ।
. . .ଏହି ନିୟମ-ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର । ୨ରାଜାବଳୀ ୨୩:୨୧-୨୫ଆଉ ତାଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ଵାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ତାଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ନୋହିଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି