ଆମ୍ଭମାନଙ୍କ କାର୍ଯ୍ୟଗୁଡ଼ିକ ଠିକ୍ କି ଭୁଲ ତାହା ଜାଣିବା ପାଇଁ, ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ୍, ଯିଏକି ପ୍ରକୃତ ଜ୍ୟୋତି ଅଟନ୍ତି । ଆଜି, ଏକ ଅନ୍ଧକାରମୟ ଦୁନିଆରେ ଯେଉଁଠାରେ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାକୁ ଚିହ୍ନି ପାରନ୍ତି ନାହିଁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ବିଶ୍ରାମଦିନ ଏବଂ ନିସ୍ତାରପର୍ବ ମାଧ୍ୟମରେ ଜୀବନର ସତ୍ୟର ଜ୍ୟୋତି ପ୍ରକାଶିତ କରିଅଛନ୍ତି ।
ପରମେଶ୍ୱର ଏହି ପୃଥିବୀକୁ ଜ୍ୟୋତି ଭାବରେ ଆସିଲେ, ଜଗତର ଅନ୍ଧକାରର ଆତ୍ମାକୁ ପରାସ୍ତ କଲେ, ସ୍ୱର୍ଗୀୟ ବିଷୟଗୁଡ଼ିକ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେଲେ, ଜଗତକୁ ଆଶା ଆଣିଲେ, ଏବଂ ଜ୍ୟୋତିକୁ ଆଲୋକିତ କଲେ । ଠିକ୍ ସେହିପରି, ପରମେଶ୍ୱରଙ୍କ ସନ୍ତାନମାନେ ମଧ୍ୟ ଜଗତକୁ ସୁସମାଚାରର ଜ୍ୟୋତିଃ ପ୍ରସାରିତ କରିବା ଉଚିତ୍ ଯଦ୍ୱାରା ସମସ୍ତେ ପରମେଶ୍ୱରଙ୍କୁ ଚିହ୍ନିପାରିବେ ।
ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହିପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍ପତି ଅବିଶ୍ଵାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି । ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ଵର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ଵରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି । ୨ କରିନ୍ଥୀୟ ୪:୪-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି