ଭବିଷ୍ୟଦବାଣୀ ଓ ବାସ୍ତବିକତାର ସମ୍ବନ୍ଧ ଅଛି । ଇସ୍ରାଏଲମାନେ ରପୀଦୀମରେ ଯୁଦ୍ଧ ଜିତିଲେ କାରଣ ମୋଶା ଆପଣା ହାତକୁ ଉଠାଇ ରହିଲେ । ଏହା ଏକ ଭବିଷ୍ୟବାଣୀ ଥିଲା କି ଯୀଶୁଙ୍କୁ କ୍ରୁଶରେ ଉଠାଯିବା ଦ୍ୱାରା ପରମେଶ୍ୱରଙ୍କ ଲୋକ ଶୟତାନର ବିରୁଦ୍ଧରେ ଆତ୍ମିକ ଯୁଦ୍ଧ ଜିତିବେ ।
ଯେତେବେଳେ ଇସ୍ରାଏଲ ଲୋକଙ୍କୁ ଦାହକ ସର୍ପ ଦଂଶନ କଲା ଓ ସେମାନଙ୍କ ମଧ୍ୟରୁ ବହୁତ ମରିଗଲେ, ତେବେ ପରମେଶ୍ୱର କହିଲେ, “ଏକ ସର୍ପ ନିର୍ମାଣ କର ଓ ଏହାକୁ ଏକ ପତକା ଦଣ୍ଡ ଉପରେ ରଖ; ସର୍ପ ଦ୍ୱାରା ଦଂଶନ ହୋଇଥିବା ଯେକେହି ମଧ୍ୟ ଏହାକୁ ଦେଖିବ, ସେ ଜୀବିତ ବଞ୍ଚିବ ।” କିନ୍ତୁ, ସେମାନେ ପରମେଶ୍ୱରଙ୍କ ବାକ୍ୟର ଶକ୍ତିକୁ ଭୁଲିଗଲେ ଯିଏ ସେମାନଙ୍କୁ ଉଦ୍ଧାର କଲେ ଓ ୮୦୦ ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ପିତ୍ତଳ ସର୍ପର ପୂଜା କଲେ । ପରିଣାମସ୍ୱରୂପ, ସେମାନେ ସମସ୍ତେ ନଷ୍ଟ ହୋଇଗଲେ ।
ଏହା ଏକ ଛାୟା ଥିଲା ଯାହା ଦେଖାଉଥିଲା କି ଆଜି ଲୋକମାନେ ନୂତନ ନିୟମକୁ ଭୁଲିଯାଇ ଯାହା ଖ୍ରୀଷ୍ଟ ଆପଣା ବଳିଦାନ ଦ୍ୱାରା ସ୍ଥାପିତ କରିଥିଲେ, କ୍ରୁଶର ପୂଜା କରି ନଷ୍ଟ ହୋଇଯିବେ ।
ଏହା ପରମେଶ୍ୱରଙ୍କ ଇଚ୍ଛା ନୁହେଁ କି ଆମ୍ଭେ କ୍ରୁଶ ଛିଡ଼ା କରିବା । ପ୍ରଥମ ଖ୍ରୀଷ୍ଟିୟାନଙ୍କ ପାଇଁ, କ୍ରୁଶ କିଛି ମଧ୍ୟ ନୁହେଁ କିନ୍ତୁ ଗୋଟିଏ ଶାପଗ୍ରସ୍ତ ବୃକ୍ଷ ଥିଲା ଯାହା ଉପରେ ଯୀଶୁଙ୍କୁ ଚଢ଼ା ଯାଇଥିଲା ।
ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’ (ଏପରି ହେଉ) । ଦ୍ୱିତୀୟ ବିବରଣ ୨୭:୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି