ବାଇବଲ ଏବଂ ଭବିଷ୍ୟଦ୍ବକ୍ତାମାନେ ସାକ୍ଷ୍ୟ ଦିଅନ୍ତି ଯେ ଖ୍ରୀଷ୍ଟ ଦ୍ୱିତୀୟ ଥର ଆସିବାର ଉଦ୍ଦେଶ୍ୟ ମୃତ୍ୟୁକୁ ନଷ୍ଟ କରିବା, ଅର୍ଥାତ୍, ମାନବଜାତିକୁ ଅନନ୍ତ ଜୀବନ ଦେବା ଏବଂ ସେମାନଙ୍କୁ ସ୍ୱର୍ଗରାଜ୍ୟକୁ ନେବା ଅଟେ । ମାନବଜାତି ପାଇଁ, ଯେଉଁମାନେ ସ୍ୱର୍ଗରେ ମୃତ୍ୟୁ ଯୋଗ୍ୟ ପାପ କରିଅଛନ୍ତି, ଅନନ୍ତ ଜୀବନ ପ୍ରାପ୍ତ କରିବାର ଏକମାତ୍ର ଉପାୟ ନିସ୍ତାରପର୍ବ ମାଧ୍ୟମରେ ଯୀଶୁଙ୍କ ମାଂସ ଏବଂ ରକ୍ତ ଭୋଜନ ଓ ପାନ କରିବା ଅଟେ, ଯେମିତି କି ୨,୦୦୦ ବର୍ଷ ପୂର୍ବେ ଥିଲା ।
ଯିଶାଇୟଙ୍କ ଭବିଷ୍ୟବାଣୀ ଅନୁଯାୟୀ ଯେ କେବଳ ପରମେଶ୍ୱର ହିଁ ଏକ ଏମିତି ଭୋଜ ପ୍ରସ୍ତୁତ କରିପାରିବେ ଯାହା ମୃତ୍ୟୁକୁ ସବୁଦିନ ପାଇଁ ଗ୍ରାସ କରିପାରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କୁ ପରମେଶ୍ୱର ଭାବରେ ବିଶ୍ୱାସ କରନ୍ତି ଏବଂ ନିସ୍ତାରପର୍ବ ପାଳନ କରନ୍ତି କାରଣ ସେ ହିଁ ନିସ୍ତାରପର୍ବ ମାଧ୍ୟମରେ ମୃତ୍ୟୁକୁ ଗ୍ରାସ କରିଛନ୍ତି ।
ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
ଯୋହନ ୬:୫୪
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର,... ଏକ ଭୋଜ ପ୍ରସ୍ତୁତ କରିବେ ।
ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି...
ପୁଣି, ସେଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ;...”
ଯିଶାଇୟ ୨୫:୬-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି